Posts

ସମୟର ଆହ୍ୱାନ: ସୋସିଆଲ ମିଡିଆକୁ ପାଠ୍ୟକ୍ରମରେ ସାମିଲ କରାଯାଉ

Image
ଏ କବିଂଶ ଶତାବ୍ଦୀର ଅନ୍ୟତମ ବିତର୍କିତ ପ୍ରସଙ୍ଗ ହେଉଛି ସୋସିଆଲ୍ ମିଡିଆ । ଏହା ଆଧୁନିକ ବିଜ୍ଞାନ ପ୍ରଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ (ବରଦାନ ନା ଅଭିଶାପ, ତାହା ବିବାଦୀୟ) । ଏବେକାର କିଶୋରକିଶୋରୀ ଓ ଯୁବପିଢ଼ି ସୋସିଆଲ୍ ନେଟୱର୍କିଂ ସାଇଟର ବ୍ୟବହାର ସମ୍ପର୍କରେ ତ ଜାଣିଛନ୍ତି, ତାହାର ନୂଆ ନୂଆ ଅପଡେଟ୍ ଓ ଫିଚର୍ ସମ୍ପର୍କରେ ତ ଖବର ରଖୁଛନ୍ତି, କିନ୍ତୁ ଭୁଲିଯାଉଛନ୍ତି ଏହାର ଦୁରୁପଯେୋଗ କଥା । କହିବିନି ଯେ, ସେମାନେ ଏସମ୍ପର୍କରେ କିଛି ବି ଜାଣିନାହାନ୍ତି । କିନ୍ତୁ ସେ ସମ୍ପର୍କରେ ସମସ୍ତେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ବୋଲି ମନେ ହେଉ ନାହିଁ । ଅନେକ ସମୟରେ ମଜାରେ ହଜିଯାଇ ହେଉ, ଭାବବିହ୍ୱଳ ହୋଇ ହେଉ କିମ୍ବା ଅତି କ୍ରୋଧ କିମ୍ବା ଦୁଃଖରେ ହେଉ, ଅନେକେ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖା, ଫଟୋ କିମ୍ବା ଭିଡିଓ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ଛାଡ଼ିଦିଅନ୍ତି ଯାହା ପରେ ବୁମେରାଂ ହୋଇ ସେମାନଙ୍କ ପ୍ରତି ବିପଜ୍ଜନକ ବା କ୍ଷତିକାରୀ ସାବ୍ୟସ୍ତ ହୁଏ । ତେଣୁ ମୋ ମତରେ 'ନିରାପଦ ସୋସିଆଲ୍ ମିଡିଆ ଏବଂ ଅନଲାଇନ ଅଭ୍ୟାସ' ସମ୍ପର୍କିତ ପାଠ୍ୟକ୍ରମ ଯଦି ପ୍ରାଥମିକ ଶିକ୍ଷାରେ ସାମିଲ କରାଯାଇପାରନ୍ତା, ତେବେ ପିଲାମାନେ ପ୍ରଥମରୁ ହିଁ ଏହାର ସଦୁପଯୋଗ ଏବଂ ଦୁରୁପଯୋଗ ସମ୍ପର୍କରେ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ହୋଇପାରନ୍ତେ । ପିଲାମାନେ ନିଜେ ନିଜେ ସୋସିଆଲ ମିଡିଆ ବ୍ୟବହାର କରି ଥରେ ...

ମା'ଲୋ ମୋତେ କ୍ଷମା କର୍

Image
ତୋ ବୁକୁରେ ହଳ ଚାଲିଲେ ଆମ ଘରେ ଚୁଲି ଜଳେ ତୋ ଧମନୀରୁ ରକ୍ତ ଶୋଷି ପ୍ରାଣ ବଞ୍ଚେ ମୋ ଛାତି ତଳେ କିନ୍ତୁ ଲୋଭଗ୍ରସ୍ତ ପିଶାଚ ମୁଁ,  କ୍ଷୀର ପରେ ରକ୍ତ,  ରକ୍ତ ପରେ ପ୍ରାଣ ଶୋଷିବାରେ ବ୍ୟସ୍ତ,  ହେଲେ ତୁ କେବେ ଆହା ବି କରିନୁ।  ମା'ଲୋ ମୋତେ କ୍ଷମା କର୍, ମୁଁ ବି କେବେ ପଚାରିନି କେମିତି ହସୁଚୁ ତୁ?  ଯନ୍ତ୍ରଣାର ଆଗେ ତୁ କଣ କେବେ ବି ହାରିନୁ? ମୁଁ ନିଷ୍ଠୁର,  ଆହା ପଦେ କହିନି ତୋ ପଣତ ପାଉଁଶ ହେଲାବେଳେ,  ଲୁହ ଟୋପେ ଢାଳିନି ତୋ ନିଶ୍ୱାସରେ ବିଷ ଚରିଗଲା ବେଳେ,  ଆତ୍ମା ମୋର କେବେବି ଝୁରିନି ତୋ ମାତୃତ୍ୱକୁ ପଦାଘାତ କରି ତୋତେ ଦାସୀ ଦଶା ଦେଲାବେଳେ,

ସୋସିଆଲ ମିଡିଆ ଓ ଆଣ୍ଟିସୋସିଆଲ୍ ମୋଟିଭ୍

Image
ଅ ନେକେ କହନ୍ତି ଫେସ୍‌ବୁକ୍‌ ସମୟ ଖାଇଯାଏ, କିନ୍ତୁ ଏହା ଯେ ଗୋଟିଏ ସହରକୁ ବି ଖାଇଯାଇପାରେ ତାହା ଭଦ୍ରକ ଘଟଣାରୁ ସ୍ପଷ୍ଟ ହେଲା। ସାମାନ୍ୟ ଫେସ୍‌ବୁକ୍‌ ପୋଷ୍ଟଟିଏ ପାଇଁ ଏତେ ଅଶାନ୍ତି, ଉତ୍ତେଜନା, ଭଙ୍ଗାରୁଜା ଓ ପୋଡ଼ାଜଳା ବୋଧହୁଏ ଓଡ଼ିଶାରେ ପୂର୍ବରୁ କେବେ ଘଟି ନ ଥିଲା। ଅନେକେ କହିବେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସେହି ଫେସ୍‌ବୁକ୍‌ ପୋଷ୍ଟ ପାଇଁ ଏବଂ ତାହାକୁ ଛାଡ଼ିଥିବା ଯୁବକଟି ପାଇଁ ଏତେ ଅଘଟଣ ଘଟିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଆଂଶିକ ସତ୍ୟ। କାରଣ ଭଦ୍ରକରେ ଯାହା ବି ଘଟିଲା, ତା ପଛରେ ସେହି ଫେସ୍‌ବୁକ୍‌ ପୋଷ୍ଟ ଛାଡ଼ିଥିବା ଯୁବକର ଯେତିକି ଭୂମିକା ରହିଛି, ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର କରି ଭାଇରାଲ କରିଥିବା ବ୍ୟକ୍ତି ମାନଙ୍କର ମଧ୍ୟ ସେତିକି ଭୁଲ ରହିଛି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସେଦିନ ଭଦ୍ରକରେ ପୋଡ଼ାଜଳା ହେବା ପରେ କେବଳ ମୁର୍ଖ, ଅସଚେତନ କିମ୍ବା ଧାର୍ମିକ ଭାବନାରେ ଅନ୍ଧ ବ୍ୟକ୍ତିମାନେ ସେହି ପୋଷ୍ଟକୁ ଭାଇରାଲ୍ କରି ନ ଥିଲେ, ବରଂ ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ସେହି ପୋଷ୍ଟଟିକୁ ଫେସବୁକରେ ସେୟାର କରିଥିଲେ । ହୁଏତ ସେମାନେ ଏହାଦ୍ୱାରା ସେମାନଙ୍କ ସୋର୍ସ କେତେ ବଳିଷ୍ଠ ଏବଂ ସେମାନଙ୍କ କ୍ଷମତାର ପରିସୀମା କେତେ ଅଧିକ ତାହା ଜଣାଇବାକୁ ଚାହୁଁଥିଲେ, ନଚେତ ସେମାନଙ୍କ ପାଖରେ ଅନ୍ୟ ସାମ୍ବାଦିକ କିମ୍ବା ବୁଦ୍ଧିଜୀବୀ ପ୍ରତିଦ୍ୱନ୍ଦ୍ୱୀଙ୍କ...

ମୋ ଜେଜେମାଙ୍କ ମୁହଁରୁ ଏକ ଲୋକକଥା (ଭୋଗରାଇ ଅଞ୍ଚଳର)

Image
ପଙ୍କଜିନୀ ଦାସ ମହାପାତ୍ର                                   ଗଟେ ଗାଁର ତିନିଟିଆ ଘର ଦିଟିଆ ଘର ଦର୍-ଭାଙ୍ଗାଭୁଙ୍ଗି ଗଟେ ଘରର ଚାଳ ନାହିଁ । ଯେ ଘରର ଚାଳ ନାହିଁ ସେହିଁର ଝୁଲୁଚି ତିନିଟିଆ ଶିକା ଦିଟିଆ ଶିକା ଦର ଛିଡାଛିଡି ଗଟେ ଶିକାର ଫାଶ ନାହିଁ । ଯେ ଶିକାର ଫାଶ ନାହିଁ ସେହିଁର ଅଛି ତିନିଟିଆ ହାଣ୍ଡି ଦିଟିଆ ହାଣ୍ଡି ଦରଭାଙ୍ଗାଭୁଙ୍ଗି

ସେ ରଙ୍ଗ ରହିଲେ ହେଲା

Image
କିଏ କହେ ଖୁସି ଓ ଆନନ୍ଦର ପର୍ବ, କିଏ କହେ ଭାଇଚାରାର ପର୍ବ, ଆଉ କିଏ କହେ ପ୍ରେମର ପର୍ବ ।  କିନ୍ତୁ ସମସ୍ତେ କହନ୍ତି ହୋଲି ହେଉଛି ରଙ୍ଗର ପର୍ବ ।   କିନ୍ତୁ ବନ୍ଧୁ ଏ ରଙ୍ଗ ନୁହେଁ ସେ ରଙ୍ଗ ରହିଲେ ହେଲା । କେ ବଳ ହୋଲି ନୁହେଁ, ସମୟ ସହିତ ଅଧିକାଂଶ ପର୍ବ ଅବକ୍ଷୟମୁଖୀ ।  କିଛି ପର୍ବ ତ କେବଳ ଗାଁ ଗହଳିରେ ବଞ୍ଚି ରହିଛି ।   ଆଉ କିଛି ନିଜର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା କାରଣରୁ ଏବେବି ଅସ୍ତିତ୍ୱ ବଜାୟ ରଖିଛି  ।   କିନ୍ତୁ ଆଧୁନିକତାର ସ୍ପର୍ଶରେ ସେସବୁ ମଧ୍ୟ ନିଜର ପ୍ରକୃତ ସତ୍ତା ହରାଇ କେବଳ କ୍ଷଣସ୍ଥାୟୀ ଖୁସି ଓ ମଉଜ ମଜଲିସରେ ସୀମିତ ହୋଇ ରହିଛି ।  ପର୍ବର ପ୍ରକୃତ ଆଭିମୁଖ୍ୟକୁ ସମସ୍ତେ ପାଶୋରି ଦେଉଛନ୍ତି ।  ପର୍ବ ପାଳନ ପାଇଁ ଅଜସ୍ର ଟଙ୍କା ଓ ସମୟ ଖର୍ଚ୍ଚ ହେଉଛି, କିନ୍ତୁ ଫଳ ଫୁସ୍ ।   ପର୍ବର ଏଭଳି ବିକୃତ ପାଳନରେ ଲାଭ କଣ ? ଏଇ ଯେମିତି ଆଲୋକର ପର୍ବ ଦୀପାବଳି କଥା ଦେଖୁନାହାନ୍ତି ?  ଦୀପାବଳି ହେଉଛି ଆଲୋକର ପର୍ବ, କିନ୍ତୁ ମାତ୍ରାଧିକ ଗୁରୁତ୍ୱ ଶବ୍ଦକୁ ।   ଦୀପ, ମହମବତୀ କିମ୍ବା ଫୁଲଝରି ଅପେକ୍ଷା ବାଣର ଚାହିଦା ଅଧିକ ।  କାମ ଚଳିବା ପାଇଁ ଗୋଟିଏ ଦୁଇଟି ଦୀପ, କିଛି ମହମବତୀ ଓ ଛୋଟଛୋଟ ପିଲା କିମ୍ବା ବାଣକୁ ଡରୁଥିବା ଲୋକଙ୍କ ପାଇଁ ଫୁଲଝରି ହେଲେ ଚଳିଲା ।  କିନ୍ତୁ କାନଫଟା ବାଣର କୌଣସି ସୀମା ନାହିଁ...

ଦୁର୍ନୀତି ଓ ଆମ ନୈତିକତା (ବହୁ ଦିନ ତଳେ 'ସମାଜ'ରେ ପ୍ରକାଶିତ ମୋର ଏକ ଲେଖା)

Image
ଲେଖା ପଢ଼ିବା ପାଇଁ ଫଟୋ ଉପରେ କ୍ଲିକ କରନ୍ତୁ

ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

Image
ଗାଁକୁ ଯାଇଥିଲି, ନାଥ ସହ ଦେଖା ହୋଇଥିଲା। ଲୋକଙ୍କ ପାଇଁ ନାଥିଆ, କିନ୍ତୁ ଘର ଭଙ୍ଗାକାନ୍ଥ ପଡ଼ି ମାଆ ଆରପାରିକୁ ଯିବାପରେ ପ୍ରକୃତରେ ଅନାଥ। ସେ ମା'ପେଟରେ ଥିବା ବେଳକୁ ତା ବାପାକୁ କୁଆଡ଼େ ଗୁଣିଆ ବାଣ ମାରିଥିଲା, କିଏ କହେ ବିଲମଝିରେ ଛାତିଫାଟି ମଲା, ଆଉ କିଏ କହେ ଘରେ ଶୁଖିଶୁଖି ମଲା। ନାଥ ମୋ ଦୁଇଟି ଉପର ଶ୍ରେଣୀରେ ପଢ଼ୁଥିଲା, ମୁଁ ଯେତେବେଳେ ତୃତୀୟରେ ପଢ଼ୁଥାଏ। ମୁଁ ଚତୁର୍ଥ ଛୁଇଁଲା ବେଳକୁ ସେ ଗାଁଲୋକଙ୍କ ସହ ବିଲରେ ମଜୁରି ଖଟୁଥିଲା। ପଞ୍ଚମ ଯାଏଁ ପଢ଼ିଥିବା ନାଥ ଏବେ ନିର୍ବାଚନ ପ୍ରଚାରରେ ମାତିଛି ଓ ପାଞ୍ଚଗାଁ ଖବର ରଖୁଛି। ମୋ ଠୁ ବୟସରେ ବଡ଼ ହେଲେ ବି ମୁଁ ଗାଁକୁ ଗଲେ ମୋତେ ତା ବଡ଼ଭାଇ ଭଳି ବ୍ୟବହାର କରେ। କହିଲା ତୁମେ ତ ବାହାରେ ରହିଲ, ଗାଁ ଖବର ରଖିବା ପାଇଁ କାହାକୁ ତ ଏଠି ରହିବାକୁ ପଡ଼ିବ। ଚାଷରେ ଲାଭ ନହେଲେ ବି ମୁଁ ଏଠି ଶାନ୍ତିରେ ଅଛି। ରାତି ପାହିଲେ ଗାଁ ଭାଇଙ୍କୁ ଭେଟୁଛି, ଦୁଃଖସୁଖ ହେଉଛି, ଗାଁରେ ଘେରାଏ ବୁଲି ଆସୁଛି। ଦେଖୁଛତ ଇଲେକସନ ଆସୁଛି। ଦି ପଇସା ରୋଜଗାର ବି ହବାର ଅଛି। ମକରା ଭଳିଆ ବାଙ୍ଗାଲୁର୍ ଯାଇ ଦହଗଞ୍ଜ ହୋଇ କାହିଁକି ପୁଣି ଗାଁକୁ ଫେରିବି? ଏଇଠି ମୁଁ ଭଲରେ ଅଛି। - ସବୁକଥା ଠିକ୍ ଯେ, କିନ୍ତୁ ଇଲେକ୍ସନ ଆସିଲେ ଦି ପଇସା ରୋଜଗାର ହେବ ମାନେ? ତୁ କଣ ଦଳର ପ୍ରଚାରରେ ବୁଲିବୁ କି? ମୁଁ ପଚାରିଲି। - ଦେଖ ଭାଇ, ଭୋଟ ଗୋଟେ ମଉକା। ମୁଁ କହିଦେଇଛି, ମୋର ମଦ କି ମାଂସର...