ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ
ଗାଁକୁ ଯାଇଥିଲି, ନାଥ ସହ ଦେଖା ହୋଇଥିଲା। ଲୋକଙ୍କ ପାଇଁ ନାଥିଆ, କିନ୍ତୁ ଘର ଭଙ୍ଗାକାନ୍ଥ ପଡ଼ି ମାଆ ଆରପାରିକୁ ଯିବାପରେ ପ୍ରକୃତରେ ଅନାଥ। ସେ ମା'ପେଟରେ ଥିବା ବେଳକୁ ତା ବାପାକୁ କୁଆଡ଼େ ଗୁଣିଆ ବାଣ ମାରିଥିଲା, କିଏ କହେ ବିଲମଝିରେ ଛାତିଫାଟି ମଲା, ଆଉ କିଏ କହେ ଘରେ ଶୁଖିଶୁଖି ମଲା। ନାଥ ମୋ ଦୁଇଟି ଉପର ଶ୍ରେଣୀରେ ପଢ଼ୁଥିଲା, ମୁଁ ଯେତେବେଳେ ତୃତୀୟରେ ପଢ଼ୁଥାଏ। ମୁଁ ଚତୁର୍ଥ ଛୁଇଁଲା ବେଳକୁ ସେ ଗାଁଲୋକଙ୍କ ସହ ବିଲରେ ମଜୁରି ଖଟୁଥିଲା। ପଞ୍ଚମ ଯାଏଁ ପଢ଼ିଥିବା ନାଥ ଏବେ ନିର୍ବାଚନ ପ୍ରଚାରରେ ମାତିଛି ଓ ପାଞ୍ଚଗାଁ ଖବର ରଖୁଛି। ମୋ ଠୁ ବୟସରେ ବଡ଼ ହେଲେ ବି ମୁଁ ଗାଁକୁ ଗଲେ ମୋତେ ତା ବଡ଼ଭାଇ ଭଳି ବ୍ୟବହାର କରେ। କହିଲା ତୁମେ ତ ବାହାରେ ରହିଲ, ଗାଁ ଖବର ରଖିବା ପାଇଁ କାହାକୁ ତ ଏଠି ରହିବାକୁ ପଡ଼ିବ। ଚାଷରେ ଲାଭ ନହେଲେ ବି ମୁଁ ଏଠି ଶାନ୍ତିରେ ଅଛି। ରାତି ପାହିଲେ ଗାଁ ଭାଇଙ୍କୁ ଭେଟୁଛି, ଦୁଃଖସୁଖ ହେଉଛି, ଗାଁରେ ଘେରାଏ ବୁଲି ଆସୁଛି। ଦେଖୁଛତ ଇଲେକସନ ଆସୁଛି। ଦି ପଇସା ରୋଜଗାର ବି ହବାର ଅଛି। ମକରା ଭଳିଆ ବାଙ୍ଗାଲୁର୍ ଯାଇ ଦହଗଞ୍ଜ ହୋଇ କାହିଁକି ପୁଣି ଗାଁକୁ ଫେରିବି? ଏଇଠି ମୁଁ ଭଲରେ ଅଛି। - ସବୁକଥା ଠିକ୍ ଯେ, କିନ୍ତୁ ଇଲେକ୍ସନ ଆସିଲେ ଦି ପଇସା ରୋଜଗାର ହେବ ମାନେ? ତୁ କଣ ଦଳର ପ୍ରଚାରରେ ବୁଲିବୁ କି? ମୁଁ ପଚାରିଲି। - ଦେଖ ଭାଇ, ଭୋଟ ଗୋଟେ ମଉକା। ମୁଁ କହିଦେଇଛି, ମୋର ମଦ କି ମାଂସର...

Very Nice Dear Sangram
ReplyDelete