ସମୟର ଆହ୍ୱାନ: ସୋସିଆଲ ମିଡିଆକୁ ପାଠ୍ୟକ୍ରମରେ ସାମିଲ କରାଯାଉ
ଅନେକ ସମୟରେ ମଜାରେ ହଜିଯାଇ ହେଉ, ଭାବବିହ୍ୱଳ ହୋଇ ହେଉ କିମ୍ବା ଅତି କ୍ରୋଧ କିମ୍ବା ଦୁଃଖରେ ହେଉ, ଅନେକେ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖା, ଫଟୋ କିମ୍ବା ଭିଡିଓ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ଛାଡ଼ିଦିଅନ୍ତି ଯାହା ପରେ ବୁମେରାଂ ହୋଇ ସେମାନଙ୍କ ପ୍ରତି ବିପଜ୍ଜନକ ବା କ୍ଷତିକାରୀ ସାବ୍ୟସ୍ତ ହୁଏ । ତେଣୁ ମୋ ମତରେ 'ନିରାପଦ ସୋସିଆଲ୍ ମିଡିଆ ଏବଂ ଅନଲାଇନ ଅଭ୍ୟାସ' ସମ୍ପର୍କିତ ପାଠ୍ୟକ୍ରମ ଯଦି ପ୍ରାଥମିକ ଶିକ୍ଷାରେ ସାମିଲ କରାଯାଇପାରନ୍ତା, ତେବେ ପିଲାମାନେ ପ୍ରଥମରୁ ହିଁ ଏହାର ସଦୁପଯୋଗ ଏବଂ ଦୁରୁପଯୋଗ ସମ୍ପର୍କରେ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ହୋଇପାରନ୍ତେ । ପିଲାମାନେ ନିଜେ ନିଜେ ସୋସିଆଲ ମିଡିଆ ବ୍ୟବହାର କରି ଥରେ ଦୁଇଥର କିମ୍ବା ଅଧିକ ଥର ଭୁଲ କରି ସେଥିରୁ ଶିକ୍ଷା ଲାଭ କରିବା ଅପେକ୍ଷା ଯଦି ଶ୍ରେଣୀଗୃହରେ ସମସ୍ତେ ଏକାସାଙ୍ଗରେ ଶିକ୍ଷକଙ୍କ ଠାରୁ ନିରାପଦ ସୋସିଆଲ୍ ମିଡିଆ ବ୍ୟବହାର ସମ୍ପର୍କୀତ ଶିକ୍ଷା ଗ୍ରହଣ କରିପାରନ୍ତେ ତେବେ ଏହାର ସୁଫଳ ବ୍ୟକ୍ତିଗତ ଭାବେ ଛାତ୍ରଛାତ୍ରୀଙ୍କୁ ମିଳିବା ସହିତ ସାମଗ୍ରିକ ଭାବେ ସମାଜକୁ ମଧ୍ୟ ମିଳିପାରନ୍ତା ।
ଅନେକ କିଶୋର କିଶୋରୀ ଏବଂ ଯୁବକ ଯୁବତୀ ଭାବନ୍ତି ସେମାନେ ତାଙ୍କ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା କିଛି କରନ୍ତି ତାହା ସେମାନଙ୍କ ବ୍ୟତୀତ ଆଉ କେହି ଜାଣିପରନ୍ତି ନାହିଁ । ତାହା ଏକାନ୍ତ ବ୍ୟକ୍ତିଗତ ବା ପ୍ରାଇଭେଟ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ସୋସିଆଲ୍ ମିଡିଆରେ ଏବଂ ଇଣ୍ଟରନେଟରେ ଅଧିକାଂଶ ତଥ୍ୟ ପ୍ରାଇଭେଟ୍ ନୁହେଁ । ଏଥିସହ ହ୍ୟାକର୍ ମଧ୍ୟ ଏହାକୁ ହ୍ୟାକ କରି ଜାଣିବାର ଆଶଙ୍କା ଥାଏ । ଏଥିପ୍ରତି ସବୁବେଳେ ସଚେତନ ରହିବା ଆବଶ୍ୟକ । ସୋସିଆଲ ମିଡିଆର ଆଉ ଏକ ନକାରାତ୍ମକ ଦିଗ ହେଲା ଗୁଜବ ଓ ଭତ୍ତିହୀନ ଖବରର ପ୍ରଚାର ଓ ପ୍ରସାର । ଅନେକେ ଭାବନ୍ତି ସୋସିଆଲ ମିଡିଆରେ ଦେଖାଯାଉଥିବା ସମସ୍ତ ଫଟୋ, ଭିଡିଓ କିମ୍ବା ସୂଚନା ସତ୍ୟ ଅଟେ । କିନ୍ତୁ ପ୍ରକୃତରେ ସେଥିରୁ ଅନେକ ଗୁଜବ ଏବଂ ଭିତ୍ତିହୀନ । କାରଣ ସୋସିଆଲ ମିଡିଆରେ କେହିବି କିଛିବି ଲେଖିପାରେ । ତେଣୁ ତାହା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବା ମୁର୍ଖାମୀ । ଅନେକେ ସୋସିଆଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ବ୍ୟକ୍ତିଗତ ତଥ୍ୟ, ଫଟୋ କିମ୍ବା ଭିଡିଓ ପ୍ରଦାନ କରି ଠକାମୀର ଶିକାର ହୁଅନ୍ତି । ସୋସିଆଲ ମିଡିଆର ଏଭଳି ଦୁରୁପଯୋଗ ସମ୍ପର୍କିତ ସମସ୍ତ ଦିଗକୁ ପିଲାଙ୍କୁ କ୍ରମାନ୍ୱୟରେ ଏବଂ ପର୍ଯ୍ୟାୟକ୍ରମେ ଜଣାଇବା ଶ୍ରେଣୀଗୃହ ଶିକ୍ଷାଦାନ ଦ୍ୱାରା ହିଁ ସମ୍ଭବ ହୋଇପାରିବ ।
କେବଳ ଦୁରୁପଯୋଗ ନୁହେଁ, ସୋସିଆଲ ମିଡିଆର ସଦୁପଯୋଗ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯିବା ଉଚିତ । ଫେସବୁକ, ଟ୍ୱିଟର୍ ଭଳି ସୋସିଆଲ୍ ମିଡିଆରେ ଆମେ ସିଧାସଳଖ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କୌଣସି ସାହିତ୍ୟିକ, ବୈଜ୍ଞାନିକ, କ୍ରୀଡ଼ାବିତ୍, ସେଲିବ୍ରିଟି କିମ୍ବା ନିଜ ପସନ୍ଦର କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ସହ ଯୋଡ଼ିହୋଇ ରହିପାରୁ । ଫଳରେ ସିଧାସଳଖ ସେମାନଙ୍କ ଠାରୁ ସେମାନଙ୍କ ସମ୍ପର୍କରେ ଜାଣିପାରୁ । ଅନେକେ ଲିଙ୍କଡଇନ ଭଳି ସୋସିଆଲ ମିଡିଆରୁ ନିଯୁକ୍ତିର ସୁଯୋଗ ମଧ୍ୟ ପାଆନ୍ତି । ଏହାର ଆହୁରି ଅନେକ ଦିଗ ରହିଛି, ଯାହାକି ପାଠ୍ୟକ୍ରମରେ ସାମିଲ କରି ପିଲାଙ୍କୁ ଶିକ୍ଷା ଦିଆଯାଇପାରିବ ।

ଅନଲାଇନ ବ୍ୟବହାର ବା ଇଣ୍ଟରନେଟ ବ୍ୟବହାରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଆଜିକାଲି ଯୁବପିଢ଼ି ଅଧିକରୁ ଅଧିକ ସମୟ ଇଣ୍ଟରନେଟ ବ୍ୟବହାର କରି (ବିଶେଷତଃ ମୋବାଇଲ ଫୋନରେ) ବିତାଇଥାନ୍ତି । ଏହାଦ୍ୱାରା କେବଳଯେ ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ ହୋଇଥାଏ ତାନୁହେଁ, ସେମାନେ ନିଦ୍ରାହୀନତା ଓ ଅବସାଦ ଆଦିର ଶିକାର ହେବାର ଆଶଙ୍କା ରହିଥାଏ । ସେମାନେ ବାସ୍ତବ ସମାଜରେ ବ୍ୟକ୍ତିଗତ ସମ୍ପର୍କ ଅପେକ୍ଷା ଭର୍ଚୁଆଲ୍ ଦୁନିଆରେ ଅଧିକ ସମୟ ଖର୍ଚ୍ଚ କରିବା ଫଳରେ ନିଜ ଆତ୍ମୀୟଙ୍କ ସହ ସମ୍ପର୍କ ଦୁର୍ବଳ ହେବାରେ ଲାଗେ । ଅନେକ କିଶୋରକିଶୋରୀ ଅନଲାଇନରେ ରହି ଅପ୍ରାକୃତିକ ଯୌନ ବଦଭ୍ୟାସର ଶିକାର ହୁଅନ୍ତି । ଏହିସବୁ ଦିଗକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇପାରିବ । ସେମାନେ କେଉଁଭଳି ଭାବେ ଏବଂ କେତେ ସମୟ ସୋସିଆଲ ମିଡିଆ ବା ଇଣ୍ଟରନେଟରେ ଅତିବାହିତ କରିବେ, ସେସମ୍ପର୍କରେ ସେମାନେ ଶିକ୍ଷାଲାଭ କରିପାରିବେ ।
ସୋସିଆଲ ମିଡିଆର ଦୁରୁପଯୋଗକୁ ସମ୍ପୂର୍ଣ୍ଣ ଭାବେ ଅଟକାଇବା ସମ୍ଭବ ନୁହେଁ । ଆଗକୁ ସୋସିଆଲ ମିଡିଆର ବ୍ୟବହାର ଆହୁରି ବଢ଼ିବ ବରଂ କିନ୍ତୁ କମିବାର ସମ୍ଭାବନା ନାହିଁ । ଆହୁରି ନୂଆ ଧରଣର ସୋସିଆଲ ମିଡିଆ ଆସିବାର ସମ୍ଭବନା ରହିଛି, ଯାହା ଫଳରେ ନୂଆ ପ୍ରକାର ବିପଦ ମଧ୍ୟ ଆସିପାରେ । କିଶୋରକିଶୋରୀ, ଯୁବପିଢ଼ି ଏପରିକି ପ୍ରୌଢ଼ ମାନେ ମଧ୍ୟ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ କଥା । ଏହାକୁ ରୋକାଯାଇପାରିବ ନାହିଁ । ତେଣୁ ଏହାର ଦୁରୁପଯୋଗକୁ ରୋକିବାର ବା ହ୍ରାସ କରିବାର ଏକମାତ୍ର ଉପାୟ ହେଉଛି ନିରାପଦ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି । ଅତଏବ, ସ୍କୁଲ ପାଠ୍ୟକ୍ରମରେ 'ନିରାପଦ ସୋସିଆଲ୍ ମିଡିଆ ଏବଂ ଅନଲାଇନ ଅଭ୍ୟାସ' ବିଷୟ ସାମିଲ କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲର ଯଥେଷ୍ଟ ସମ୍ଭାବନା ରହିଛି ।

Comments
Post a Comment