ମୋ ଜେଜେମାଙ୍କ ମୁହଁରୁ ଏକ ଲୋକକଥା (ଭୋଗରାଇ ଅଞ୍ଚଳର)


ପଙ୍କଜିନୀ ଦାସ ମହାପାତ୍ର

ଗଟେ ଗାଁର ତିନିଟିଆ ଘର
ଦିଟିଆ ଘର ଦର୍-ଭାଙ୍ଗାଭୁଙ୍ଗି
ଗଟେ ଘରର ଚାଳ ନାହିଁ ।

ଯେ ଘରର ଚାଳ ନାହିଁ
ସେହିଁର ଝୁଲୁଚି ତିନିଟିଆ ଶିକା
ଦିଟିଆ ଶିକା ଦର ଛିଡାଛିଡି
ଗଟେ ଶିକାର ଫାଶ ନାହିଁ ।

ଯେ ଶିକାର ଫାଶ ନାହିଁ
ସେହିଁର ଅଛି ତିନିଟିଆ ହାଣ୍ଡି
ଦିଟିଆ ହାଣ୍ଡି ଦରଭାଙ୍ଗାଭୁଙ୍ଗି
ଗଟେ ହାଣ୍ଡିର ତଳି ନାହିଁ ।

ଯେ ହାଣ୍ଡିର ତଳି ନାହିଁ
ସେହିଁର ଫୁଟିଲା ତିନି ସେର ଚାଉଳ
ଦି ସେର ଚାଉଳ ଦର୍-ଫୁଟାଫୁଟି
ସେରେ ଚାଉଳ ଫୁଟିଲା ନାହିଁ ।

ଯେ ସେରେ ଫୁଟିଲା ନାହିଁ
ସେହିଁର ପଡିଗଲେ ତିନିଜଣ ବନ୍ଧୁ
ଦୁଇ ଜଣ ବନ୍ଧୁ ଦର୍-ଖିଆଖୁଇ
ଜଣେ ବନ୍ଧୁ ଖାଇଲା ନାହିଁ ।

ଯେ ବନ୍ଧୁ ଖାଇଲା ନାହିଁ
ତାକୁ ଦିଆହେଲା ତିନିଶ ଟଙ୍କା
ଦୁଇଶ ଟଙ୍କା ଦର୍-ଗଢାଗଢି
ଶହେ ଟଙ୍କାର ଚକି ନାହିଁ ।

ଯେ ଶହେ ଟଙ୍କାର ଚକି ନାହିଁ
ସେହିଁର ଖୁଳାହେଲା ତିନିଟିଆ ଗଡିଆ
ଦିଟିଆ ଗଡିଆ ଦର୍-ଖୁଳାଖୁଳି
ଗଟେ ଗଡିଆକୁ ଚଟା ଯାଇନି ।

ଯେ ଗଡିଆକୁ ଚଟା ଯାଇନି
ସେହିଁର ପଡିଲା ତିନିଟିଆ ଜାଲ
ଦିଟିଆ ଜାଲ ଦର୍ -ଛିଡାଛିଡି
ଗଟେ ଜାଲର ଫାଶ ନାହିଁ ।

ଯେ ଜାଲର ଫାଶ ନାହିଁ
ସେହିଁର ପଡିଲା ତିନିଟିଆ ବାଳିଆ
ଦିଟିଆ ବାଳିଆ ଦର୍-ମଲାମୁଲି
ଗଟେ ବାଳିଆର ଅନ୍ତ ନାହିଁ
ଏକଥାର ସତ ନାହିଁ  ।

~~~o~~~

[ଯେ- ଯେଉଁ, ଗଟେ- ଗୋଟିଏ, ଦିଟିଆ- ଦୁଇଟି, ତିନିଟିଆ- ତିନିଟି, ସେହିଁର- ସେଥିରେ, ଦର୍- ଅଧା, ତିନିଶ- ତିନିଶହ, ଦୁଇଶ- ଦୁଇଶହ, ଖୁଳାହେଲା- ଖୋଳାଗଲା]

Comments

  1. Mo pain kichi lekhe..... Kichi data darkar.. Contact me.....

    ReplyDelete
    Replies
    1. lekhibi lekhibi.... Santu: The asantusta crime reporter

      Delete
  2. Mo pain kichi lekhe..... Kichi data darkar.. Contact me.....

    ReplyDelete
  3. Thakma kiso no lekhilo goooo...j balia machhore anto nahi sethire thila tintia korandi machho... ��

    ReplyDelete

Post a Comment

Popular posts from this blog

ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

ମା'ଲୋ ମୋତେ କ୍ଷମା କର୍

ସେ ରଙ୍ଗ ରହିଲେ ହେଲା